୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର: ଡେଲଏଟ୍‌

ନୂଆଦିଲ୍ଲୀ: ଭାରତ ଯଦି ବାର୍ଷିକ ୮-୯ % ହାରରେ ଅଭିବୃଦ୍ଧି ହାସଲ କରେ ତେବେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ପଡିବ ବୋଲି ଅନ୍ତଃରାଷ୍ଟ୍ରୀୟ ଏଜେନ୍ସି ଡେଲଏଟ୍‌ କହିଛି । ଏଜେନ୍ସିର ଦକ୍ଷିଣ ଏସିଆର ସିଇଓ ରୋମାଲ୍‌ ଶେଟ୍ଟୀ କହିଛନ୍ତି ଯେ, ‘ଚାଇନା ପ୍ଲସ୍‌ ୱାନ୍‌’ ରଣନୀତିରୁ ଭାରତ ଉପକୃତ ହୋଇପାରିବ । କାରଣ ଏଠାରେ ଉପଲବ୍ଧ କାର୍ଯ୍ୟର ପରିମାଣ ଏବଂ ଆକାର ଅନ୍ୟ କୌଣସି ଦେଶ ଦେଇପାରିବ ନାହିଁ । ସେ କହିଛନ୍ତି ଯେ ଭାରତର ମହାକାଶ କ୍ଷେତ୍ରରେ ପୂର୍ବରୁ ୨୦୦ ଷ୍ଟାର୍ଟଅପ୍‌ ରହିଛି ଏବଂ ୨୦୪୦ ସୁଦ୍ଧା ଏଥିରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି । ଏକ ବିକଶିତ ଅର୍ଥନୀତି ହେବା ପାଇଁ ଅନ୍ତତଃ ୨୦୪୭ ପର୍ଯ୍ୟନ୍ତ ୮-୯ ପ୍ରତିଶତ ହାରରେ ବୃଦ୍ଧି ହେବା ଆବଶ୍ୟକ ବୋଲି ଶେଟ୍ଟୀ କହିଛନ୍ତି । ଏପରିକି ଦେଶକୁ ମଧ୍ୟମ ଆୟ ସ୍ତରରୁ ଅତିକ୍ରମ କରିବାକୁ ପଡିବ । ଏହି ଗତିରେ ଅଭିବୃଦ୍ଧି ସହଜ ନୁହେଁ । ଦୁନିଆରେ ବହୁତ କମ୍‌ ଦେଶ ଅଛନ୍ତି ଯେଉଁମାନେ ବାର୍ଷିକ ୮-୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ଅଟନ୍ତି । ନିକଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରେ ରହିବ । ଆମେରିକା, ଚୀନ୍‌, ଜାପାନ ଏବଂ ଜର୍ମାନୀ ପରେ ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି । ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ‘ଚାଇନା ପ୍ଲସ୍‌ ୱାନ୍‌’ ଉପରେ ଧ୍ୟାନ ଦେଉଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ଯେତେବେଳେ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦନକୁ ଚୀନ୍‌ ବ୍ୟତୀତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେବେ, ସେତେବେଳେ ଉପକୃତ ହେବେ । ସେ କହିଛନ୍ତି ଯେ ଅଶୋଧିତ ତୈଳ ଆମଦାନୀ ଭାରତ ଆଗରେ ସବୁଠାରୁ ବଡ ଆହ୍ୱାନ ହୋଇଛି ।

Comments (0)
Add Comment