୪୯ ତମ ଜାତୀୟ ଜୁନିୟର କବାଡ଼ି ଚାମ୍ପିଅନସିପ : ୩୦ ଟି ଜିଲ୍ଲାରୁ ୪୩୦ ଖେଳାଳି

କଟକ : ଅକ୍ଟୋବର ପ୍ରଥମ ସପ୍ତାହରେ ତେଲେଙ୍ଗାନା ଓ ଦିଲ୍ଲୀଠାରେ ଆୟୋଜିତ ହେବ ୪୯ତମ ଜାତୀୟ ଜୁନିୟର କବାଡି ଚାମ୍ପିଅନସିପ । ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମ କବାଡି କମ୍‌ପ୍ଲେକ୍ସରେ ଓଡିଶା କବାଡି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଖେଳାଳି ଚୟନ । ଏଥିରେ ରାଜ୍ୟର ୩୦ ଟି ଜିଲ୍ଲାର ୪୩୦ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି । ଏଥିରୁ ଦୁଇ ଦିନରେ ୨୫ ପୁରୁଷ ଓ ୨୫ ମହିଳା ଖେଳାଳିଙ୍କୁ ପ୍ରଶିକ୍ଷଣ ଶିବିର ପାଇଁ ଚୟନ କରାଯିବ । ପରେ ସେମାନଙ୍କୁ ଦୁଇ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଦିଆଯିବା ପରେ ଚୂଡାନ୍ତ ୧୨ ଜଣିଆ ପୁରୁଷ ଓ ୧୨ ଜଣିଆ ଓଡିଶା ଟିମ ଚୟନ କରାଯିବ । ଗତବର୍ଷ ଅନୁଷ୍ଠିତ ୪୮ ତମ ଜାତୀୟ ଜୁନିୟର କବାଡି ଚାମ୍ପିଅନସିପରେ ଓଡିଶାର ପୁରୁଷ ଟିମ ପ୍ରି କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ମହିଳା ଟିମ କ୍ୱାଟର ଫାଇନାଲ କୁ ପ୍ରବେଶ କରିଥିଲା । ଏଥର ଚୟନ ଶିବିରରେ ଅଧିକ ପ୍ରତିଭାବାନ ଖେଳାଳି ଥିବାରୁ ଓଡିଶାର ଦୁଇଟି ଟିମ ଜାତୀୟ ଚାମ୍ପିଅନସିପରେ ଭଲ କରିବ ବୋଲି ଖେଳାଳିମାନେ ଆଶା ରଖିଛନ୍ତି ।

Comments (0)
Add Comment