ନୂଆଦଲ୍ଲୀ: ଦିଲ୍ଲୀ ସ୍ଥିତ ମିଡିଆ କେନ୍ଦ୍ରରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ପୁଷ୍ପା ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ ହିରୋ, ଗଙ୍ଗୁବାଇ କାଠିଆ ୱାଡୀ ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ ର୍କିତ୍ତି ସନନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଜାତୀୟ ମିଡିଆ କେନ୍ଦ୍ରରେ ପୁରସ୍କାର ଘୋଷଣା କରାଯାଇଥିଲା । ସର୍ଦ୍ଦାର ଉଦାମ ହିନ୍ଦୀରେ ଶ୍ରେଷ୍ଠ ‘ିଚର ‘ିଲ୍ମ ପାଇଁ ଏବଂ ଆରଆରଆରକ ମନୋରୋଞ୍ଜନ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ କରାଯାଇଛି । ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ସିନେମା ମନୋନୀତ ହୋଇଛି ।
ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ର ବିଭିନ୍ନ ବର୍ଗରେ ଚୟନ ହୋଇଥିବା କଳାକାର ଓ ସିନେମା ଗୁଡିକର ବିବରଣୀ ନିମ୍ନରେ ଉଲ୍ଲେଖ କରାଯାଇଛି ।
ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଆର ମାଧବନଙ୍କ ରକେଟ୍ରି: ଦି ନାମ୍ବି ଇେ‘କ୍ଟ, ଶ୍ରେଷ୍ଠ ଅଭିନେତା ଭାବେ ପୁଷ୍ପା ପାଇଁ ଅଲୁ ଅର୍ଜୁନଙ୍କୁ ଚୟନ କରାଯାଇଛି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ତେଲୁଗୁ ଅଭିନେତା, ମିମିଙ୍କ ପାଇଁ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଭାବେ ମନୋନୟନ ହୋଇଥିବାବେଳେ ସର୍ବାଧିକ ୫ ଟି ବର୍ଗରେ ପୁରସ୍କୃତ ହେବାକୁ ଯାଉଛି ଗାଙ୍ଗୁବାଇ କାଠିଆୱାଡି । ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ କହିଛନ୍ତି, “ଯିଏ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି, ମୋର ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ଏବଂ ସମସ୍ତଙ୍କ ପାଇଁ ମୁଁ ଖୁସି ଅନୁଭବ କରୁଛି । ଭଲ ସିନେମା ସ୍ୱୀକୃତି ପ୍ରାପ୍ତ ହୁଏ ଏବଂ ସରକାରଙ୍କ ଦ୍ୱାରା ଏଭଳି ପ୍ରୋତ୍ସାହନ ମନୋବଳ ବଢ଼ାଇବା ସହିତ ଜାତୀୟ ସ୍ତରରେ ଏହି ସମ୍ମାନଜନକ ପୁରସ୍କାର ସର୍ବଦା ଆନନ୍ଦ ଦେଇଥାଏ । “
୬୯ ତମ ଜାତୀୟ ଚଳଚ୍ଚ଼ିତ୍ର ପୁରସ୍କାରରେ ବିଜେତାମାନଙ୍କର ସଂକ୍ଷିପ୍ତ ତାଲିକା:
ସର୍ବୋତ୍ତମ ଚଳଚ୍ଚିତ୍ର: ରକେଟ୍ରି
ଶ୍ରେଷ୍ଠ ନିର୍ଦ୍ଦେଶକ: ନିଖିଲ ମହାଜନ, ଗୋଦାବରୀ
ଉତ୍ତମ ମନୋରଞ୍ଜନ ପ୍ରଦାନ କରୁଥିବା ସର୍ବୋତ୍ତମ ଲୋକପ୍ରିୟ ଚଳଚ୍ଚିତ୍ର୍ର: ଆରଆରଆର
ଜାତୀୟ ଏକୀକରଣ ଉପରେ ଶ୍ରେଷ୍ଠ ‘ିଚର ଚଳଚ୍ଚିତ୍ର ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର: କାଶ୍ମୀର ‘ାଇଲ୍
ଶ୍ରେଷ୍ଠ ଅଭିନେତା: ଅଲୁ ଅର୍ଜୁନ, ପୁଷ୍ପା
ଶ୍ରେଷ୍ଠ ଅଭିନେତ୍ରୀ: ଆଲିଆ ଭଟ୍ଟ, ଗାଙ୍ଗୁବାଇ କାଠିଆୱାଡି ଏବଂ କ୍ରିତି ସାନନ୍, ମିମି
ଶ୍ରେଷ୍ଠ ସହାୟକ ଅଭିନେତା: ପଙ୍କଜ ତ୍ରିପାଠୀ, ମିମି
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ: ପାଲ୍ଲାଭି ଯୋଶୀ, କାଶ୍ମୀର ‘ାଇଲ୍
ଶ୍ରେଷ୍ଠ ଶିଶୁ କଳାକାର: ଭବିନ ରାବାରୀ, ଚେଲୋ ଶୋ
ସର୍ବୋତ୍ତମ ସ୍କ୍ରିନ୍ ସ୍କ୍ରିପ୍ (ମୂଳ): ଶାହି କବୀର, ନୟାତୁ
ସର୍ବୋତ୍ତମ ସ୍କ୍ରିନ୍ ସ୍କ୍ରିପ୍ (ଆଡାପ୍ଟଟେଡ୍): ସଞ୍ଜୟ ଲୀଲା ଭନସାଲୀ ଏବଂ ଉତ୍କର୍ଷିନୀ ବୈଷ୍ଣବ, ଗାଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ସଂଳାପ ଲେଖକ: ଉତ୍କର୍ଷିନୀ ଏବଂ ପ୍ରକାଶ କାପାଡିଆ, ଗାଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ଗୀତ): ଦେବୀ ଶ୍ରୀ ପ୍ରସାଦ, ପୁଷ୍ୱା
ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶନା (ପୃଷ୍ଠଭୂମି ସଂଗୀତ): ଏମଏମ କିରାବାଣୀ, ଆର୍ଆର୍ଆର୍
ଶ୍ରେଷ୍ଠ ପୁରୁଷ ପ୍ଲେକ୍ ଗାୟକ: କାଲା ଭୈରବ, ଆରଆରଆର
ଶ୍ରେଷ୍ଠ ମହିଳା ପ୍ଲେକ୍ ଗାୟକ: ଶ୍ରେୟା ଘୋଷାଲ, ଇରାଭିନ ନିଜାଲ
ଶ୍ରେଷ୍ଠ ଗୀତ: ଚନ୍ଦ୍ରବୋଜ୍, କୋଣ୍ଡା ପୋଲାମର ଧାମ ଧାମ ଧାମ ଜ୍ଝ
ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର: ପ୍ରତୀକ୍ଷା