୯ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ସୋମବାର ଦିନ ହୋଇଥିବା ହାଇ ଲେବୁଲ୍‌ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୧ଲକ୍ଷ ୧ହଜାର ୮୦୪. ୪୩କୋଟିର ହେବ । ଜଗତସିଂହପୁର ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ସଂପ୍ରସାରଣ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି । ସେହିଭଳି କଳିଙ୍ଗନଗର ଜିନ୍ଦଲ ଫେରସ ଲିମିଟେଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଝାରସୁଗୁଡା ଏମ୍‌ଏସ୍‌ପି ମେଟାଲିକ୍ସ ପ୍ରକଳ୍ପ ଓ ଖୋର୍ଦ୍ଧାର ଆଭାଦା ଇଲେକ୍‌ଟ୍ରୋ ପ୍ରା.ଲିଃକୁ ମଂଜୁରୀ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ବର୍ଜର ପେଣ୍ଟସ୍‌ ଇଣ୍ଡିଆ ଲିମିଟେଡକୁ ମଧ୍ୟ ମଂଜୁରୀ ମିଳିଛି । ପାରାଦୀପ ଏଲ ଆଣ୍ଡ ଟି ଏନର୍ଜି ଗ୍ରୀନ ଟେକ୍‌ ଲିମିଟେଡକୁ ଓ ଭଦ୍ରକ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି । ଗଂଜାମ ପେଟ୍ରୋନେଟ୍‌ ଏଲଏନଜି ଲିମିଟେଡ ଓ କୋରାପୁଟ ତୋଷାଳି ସିମେଣ୍ଟ ପ୍ରା.ଲିଃକୁ ବି ଅନୁମତି ମିଳିଛି ।

Comments (0)
Add Comment