ୱେବପୋର୍ଟାଲ ବିରୋଧରେ ସାଇବର ଥାନାରେ ଏତଲା ଦେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ଭଳି ୱେବ୍‌ ପୋର୍ଟାଲ ମାନ ଖୋଲିବା ଆରମ୍ଭ ହୋଇଛି । ପ୍ରତିଯୋଗୀତାରେ ଆଗକୁ ବଢ଼ିବା ଏବଂ ଅଧିକ ଭିୟୁ ପାଇବା ପାଇଁ ଏହି ପୋର୍ଟାଲ ମାନେ କୌଣସି ହିତାହିତ ଜ୍ଞାନ ଠିକ୍‌ ଭୁଲ୍‌ ବିଚାରର ଉପରକୁ ଉଠି ମନଇଚ୍ଛା ଖବର ପରିବେଷଣ କରୁଛନ୍ତି । ଆଜି ଏକ ୱେବପୋର୍ଟାଲ ଓଲିଉଡ୍‌ ହିରୋଇନ୍‌ ଅନୁ ଚୌଧୁରୀଙ୍କୁ କ୍ୟାନସର ହୋଇଛି ବୋଲି ମିଛ ଖବର ପ୍ରକାଶିତ କରିଥିବାରୁ ଏହା ବିରୋଧରେ ସାଇବର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଏଭଳି ମିଥ୍ୟା ଖବରକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ କ୍ୟାନସର ହୋଇଥିବା କହିବା ହୀନ ମାନସିକତା ବୋଲି ଅନୁ ଚୌଧୁରୀ କହିଛନ୍ତି । ଏଭଳି କୁଶ୍ଚିତ ମାନସିକ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

Comments (0)
Add Comment