ମହାମାରୀ ନେଉଛି ମାଓବାଦୀଙ୍କ ଜୀବନ

ଘଞ୍ଚ ଜଙ୍ଗଲ ମଧ୍ୟରେ ଥାଇମଧ୍ୟ କୋଭିଡ୍‌ରେ ସଂକ୍ରମିତ ମାଓ ସଂଗଠନ ସଦସ୍ୟ । ମାଲକାନାଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଦନ୍ତେଓ୍ବାଡା ଏସପି ଅଭିଷେକ ପଲ୍ଲଭ । ୧୦ ଜଣ ମାଓବାଦୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳୁଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ଆସୁଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ।

ପୂର୍ବରୁ ୫୦ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ସେ ସୂଚନା ଦେଇଥିଲେ । ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓନେତ୍ରୀ ସୁଜାତାଙ୍କ ସହ ଅନେକ ହାର୍ଡକୋର ମାଓବାଦୀଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି । ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ ଦେଇଥିଲେ ଏସପି ଅଭିଷେକ ବଲ୍ଲଭ ।

ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେ କରୋନା ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ସିଆରସି ସମେତ ବହୁ ଛୋଟ ବଡ କ୍ୟାଡର ଆକ୍ରାନ୍ତ ଥିବା ସୂଚନା ମିଳିଛି । ଆଉ ଏଭଳି ସ୍ଥିତିରେ ଆତ୍ମସର୍ମପଣ କରି ଚିକିତ୍ସା ସୁବିଧା ନେବାକୁ ଏସପି ଆହ୍ୱାନ ଦେଇଛନ୍ତି । ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ ।

Comments (0)
Add Comment