ତାମିଲନାଡୁ ତଞ୍ଜାଭୁରରେ ଅଭାବନୀୟ ଘଟଣା । ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୫ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାମିଲନାଡ଼ୁ ତାଞ୍ଜାଭୁର ଜିଲ୍ଲାର କାଲିମେଦୁ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।
କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଉପ୍ପର ଗୁରୁପୂଜାଇ ଉତ୍ସବ ପାଳନ ହେଉଥିଲା । ଏହି ଉତ୍ସବରେ ସାମିଲ ହେବାକୁ ମଙ୍ଗଳବାର ରାତିରୁ ହିଁ ମନ୍ଦିରରେ ଭିଡ଼ ଜମିବାରେ ଲାଗିଥିଲା। ବୁଧବାର ସକାଳୁ ସକାଳୁ ମନ୍ଦିରରୁ ଏକ ରଥ ଯାତ୍ରା ବାହାରିଥିଲା। ଏଥିରେ ବହୁ ଭକ୍ତ ସାମିଲ ହୋଇଥିଲେ। ରଥ ଟାଣିବା ସମୟରେ ରଥଟି ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି।