ରାଜ୍ୟରେ କମିବାର ନାଁ ନେଉନି ସଂକ୍ରମଣ । କିଛି ଦିନ ସଂକ୍ରମଣ ସଂଖ୍ୟା ସ୍ଥିର ରହିବା ପରେ ପୁଣି ୧୧ ହଜାର ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି । କରୋନା ନମୂନା ପରୀକ୍ଷା ବଢିଲେ ସଂଖ୍ୟା ମଧ୍ୟ ବଢୁଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ଲକଡାଉନ, ସଟଡାଉନ ପରେ ବି ସଂକ୍ରମଣ ବଢିବଢି ଚାଲିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ହଜାର ୪୫୧ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଦ୍ୱିତୀୟ ସ୍ଥାନରେ ରହିଛି।କଟକ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୯୩୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୫୭, ସମ୍ବଲପୁର ୪୯୪, ମୟୂରଭଂଜରୁ ୪୦୪, ବରଗଡ଼ରୁ ୩୯୧, ଝାରସୁଗୁଡ଼ାରୁ ୩୬୮, ନୟାଗଡ଼ ୩୫୭, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୫ ଜିଲ୍ଲାରେ ଦିନକରେ ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଦିନକରେ ୨୮ଟି ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ଉପରେ ରହିଥିବାବେଳେ ୨ଟି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ତଳେ ଅର୍ଥାତ ଶହେ ତଳେ ରହିଛି । ଶହେ ତଳେ ଚିହ୍ନଟ ହୋଇଥିବା ଜିଲ୍ଲା ହେଉଛି ମାଲକାନଗିରି ଓ କନ୍ଧମାଳ । ମାଲକାନଗିରିରୁ ୪୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ୨୪ ଘଂଟାରେ ରାଜ୍ୟରେ ୮୫୪୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ସୁସ୍ଥ ହୋଇଛନ୍ତି ।