ମା’ଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କଲା ୧୨ ବର୍ଷର ପୁଅ

ରାୟପୁର: ମାଆଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କଲା ୧୨ ବର୍ଷର ପୁଅ । ହଜାରେ କି ଦୁଇ ହଜାରେ ନୁହେଁ ୩ ଲକ୍ଷ ୨୦ ହଜାର ଟଙ୍କା ପୁଅ ନିଜ ମାଆଙ୍କ ଆକାଉଂଟରୁ ଗାଏବ କରିଛି । ତାହା ପୁଣି ଅନଲାଇନ ଗେମ ପାଇଁ କିଛି ଅସ୍ତ୍ର କିଣିବାକୁ । ଜଣେ ୧୨ ବର୍ଷର ପୁଅ କିଭଳି ଏମିତି କାମ କରିପାରିବ ?ହେଲେ ଖବରଟି ବିଶ୍ୱାସ ନହେଉଥିଲେ ବି ସତ । ଏହି ଘଟଣା ଘଟିଛି ଛତିଶଗଡ କାଙ୍କେର ଜିଲ୍ଲାରେ ।

କାଙ୍କେର ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ତାଙ୍କ ଆକାଉଣ୍ଟ୍ରୁ ୩.୨ ଲକ୍ଷ ଟଙ୍କା ଗାଏବ ହୋଇଯିବା ପରେ ସାଇବର୍ ଠକେଇର ଶିକାର ହୋଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ଶେଷରେ ତାଙ୍କ ସାମ୍ନାକୁ ଯେଉଁ ସତ୍ୟ ଆସିଲା ତାହା ସେ ବିଶ୍ବାସ କରିପାରିଲେନି। ପ୍ରକୃତରେ ସେ କୌଣସି ସାଇବର୍ ଠକେଇର ଶିକାର ହୋଇନଥିଲେ। ତାଙ୍କ ନିଜ ପୁଅ ଅନ୍ଲାଇନ୍ ଗେମ୍ ପାଇଁ କିଛି ଅସ୍ତ୍ର କିଣିବାକୁ ତାଙ୍କ ଆକାଉଣ୍ଟ୍ରୁ ୩.୨ ଲକ୍ଷ ଟଙ୍କା ଗାଏବ କରିଥିଲା। ପୁଲିସ ଜାଣିଲା ଯେ, ମାର୍ଚ୍ଚ ୮ରୁ ଜୁନ୍ ୧୦ ମଧ୍ୟରେ ତାଙ୍କ ଆକାଉଣ୍ଟ୍ରୁ କାରବାର ହୋଇଛି। ପ୍ରାୟ ୩ ମାସ ଧରି ଶିକ୍ଷୟିତ୍ରୀଙ୍କ ପୁଅ ତାଙ୍କ ଫୋନ୍ରୁ ୨୭୮ ଥର କାରବାର କରିଥିଲା। ଏହା ଜଣାପଡ଼ିନଥିଲା କାରଣ ଏଥିପାଇଁ କୌଣସି ଓଟିପି ଦରକାର ହେଉନଥିଲା। ସତ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ପୁଅକୁ ପୁଲିସ ଜେରା କରିଛି।

ଶିକ୍ଷୟିତ୍ରୀଙ୍କ ପୁଅକୁ ଜେରାରୁ ଜଣାପଡ଼ିଛି ଯେ, ତାଙ୍କ ଗ୍ରୁପ୍ରେ ଅନ୍ୟ ୨ ଜଣ ମଧ୍ୟ ଅଛନ୍ତି। ସେମାନେ ଲକ୍ଷାଧିକ ଟଙ୍କାର ଅସ୍ତ୍ର କିଣିଛନ୍ତି ବୋଲି ସନ୍ଦେହ କରାଯାଉଛି।

Comments (0)
Add Comment