ରାଜ୍ୟକୁ ଫେରିଲା ଲକଡାଉନ୍ । ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ଘୋଷଣା କରିଛନ୍ତି ରାଜ୍ୟ ସରକାର। । ତେବେ ଏହି ଲକଡାଉନ ସମୟରେ ଆସନ୍ତୁ ଜାଣିବା କଣ ଖୋଲା କଣ ବନ୍ଦ…
ଲକଡାଉନ ସମୟରେ କଣ ବନ୍ଦ?
୧୪ ଦିନିଆ ଲକଡାଉନ ସମୟରେ ସିନେମା ହଲ୍, ସେଲୁନ୍, ସ୍ପା, ବିଉଟି ପାର୍ଲର, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ଏହା ସହ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ସେହିପରି ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।
ଲକଡାଉନ ସମୟରେ କଣ ଖୋଲା?
ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ଏଟିଏମ ଓ ବ୍ୟାଙ୍କ ସେବା ଜାରି ରହିବ ।ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ। କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ।ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।ପରିବହନ ସେବା କଟକଣା ମୁକ୍ତ ହେବ।ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।ପେଟ୍ରୋଲ୍ ପମ୍ପ, ଏଲପିଜି ସିଲିଣ୍ଡର କେନ୍ଦ୍ର ଖୋଲା ରହିବ । ପୋଷ୍ଟ ଅଫିସ ଖୋଲା ରହିବ । ଟେଲିକମ୍, ଡିଟିଏଚ୍, ଇଣ୍ଟରନେଟ୍ ସେବାରେ କାର୍ୟ୍ୟରତ ଲୋକଙ୍କୁ ଯାତାୟତ ଅନୁମତି ରହିଛି । ଏରେଷ୍ଟୁରାଣ୍ଟ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଅନଲାଇନ୍ ଡେଲିଭରୀ ସେବା ଜାରି ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।
ସେହିପରି ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ୟ୍ୟ କରିବେ । ଅନ୍ୟମାନେ ଘରୁ କାର୍ୟ୍ୟ କରିବେ ।ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ ।
ତେବେ ଲକଡାଉନ ସମୟରେ ଟିକାକରଣ ଜାରି ରହିବ ।ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ ।ନିର୍ବାଚନୀ କାର୍ୟ୍ୟ ଉପରେ କୌଣସି କଟକଣା ରହିବ ନାହିଁ ।