ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ୧୬ ଜଣ ଏବେ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି । ଏମସରେ ସର୍ବାଧିକ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଏବେ କରୋନା ସଂକମଣ ଧୀରେ ଧରେ ହ୍ରାସ ପାଉଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବା ପରେ ଲାଗିଛି । କରୋନା ପରେ ବ୍ଲାକ ଫଙ୍ଗସ ଭୟ ଏବେ ଲୋକଙ୍କ ଚିନ୍ତା ବଢାଇଛି । ବୁର୍ଲା ଭିମସାରରେ ମଧ୍ୟ ବ୍ଲାକ ଫଙ୍ଗସରେ ଅନେକ ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ମେ ୧୦ ତାରିଖରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତମାନ ଗୋଟିଏ ଦୁଇଟି ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଛନ୍ତି ।ଅଧିକ ସଂଖ୍ୟକ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ସେହିପରି ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜନସସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରୁ ଏବେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି।