ଆସିଲା ଆଉ ୨ ଲକ୍ଷ କରୋନା ସଂଜୀବନୀ

ଟିକା ଅଭାବରୁ ରାଜ୍ୟର ୮ ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ବା ପରେ ଏହାକୁ ଟିକାକରଣ କେନ୍ଦ୍ରକୁ ନିଆଯାଇଛି । ସେଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ଜୋରଦାର କରିବାରୁ ସରକାର ଗୁରୁତ୍ୱ ଦେଉଛନ୍ତି।

ଟିକା ଅଭାବରୁ ରାଜ୍ୟରେ ପ୍ରାୟ ୧ ହଜାର ଟିକା କେନ୍ଦ୍ର ବନ୍ଦ ରହିଥିଲା । ବିଶେଷ ଭାବେ ରାଜ୍ୟରେ ୪୨୭ ଟି ଟିକା କରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ୮ ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଟିକାର ଅଭାବ ବିଷୟରେ ଅବଗତ କରାଇବା ପରେ ଆଜି କେନ୍ଦ୍ର ସରକାର ୨ ଲକ୍ଷ କୋଭିସିଲ୍ଡ ଟିକା ପଠାଇଛନ୍ତି ।

ଆଜି ଟିକା ଆସିବା ପରେ ଆସନ୍ତାକାଲିଠାରୁ ଟିକାକରଣ ସ୍ୱାଭାବିକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାକୁ ୨୫ଲକ୍ଷ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିବା ସହ କୋଭିଡ୍ ଟିକାକୁ ଖୋଲାବଜାରରେ ଉପଲବ୍ଧ କରାଯାଉ ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ ।

Comments (0)
Add Comment