ଦେଶରେ ୨୦୦ ଛୁଇଁଲା ଓମିକ୍ରନ

ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶରେ ୨୦୦ ଛୁଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ୧୨ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ୨୦୦ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ଜଣ ସୁସ୍ଥ ହେଲେଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ।
ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୫୪, ତେଲେଙ୍ଗାନାରେ ୨୦, କର୍ଣ୍ଣାଟକରେ ୧୯. ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜରାଟରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ୦୨, ଆନ୍ଧ୍ର ପ୍ରଦେଶରେ ୦୧, ଚଣ୍ଡିଗଡ଼ରେ ୦୧, ତାମିଲନାଡୁରେ ୦୧, ପଶ୍ଚିମବଙ୍ଗରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେପଟେ ଓଡି଼ଶାରେ ୨ ଜଣଙ୍କଠାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ କାତାରରୁ ଫେରିଥିଲେ । ଦୁଇଜଣ ପୁରୁଷ ହୋଇଥିବା ସୂଚନା । ଜଣେ ଜଗତସିଂହପୁର ଓ ଅନ୍ୟଜଣେ ଖୋର୍ଦ୍ଧାର । ଜଣଙ୍କ ବୟସ ୪୩ ଓ ଅନ୍ୟଜଣେ ୪୧ ବର୍ଷୀୟ । ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।

Comments (0)
Add Comment