ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ । ସ୍କୁଲ, କଲେଜରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ, ଭୁବନେଶ୍ୱର , ଢେଙ୍କାନାଳ ପରେ ଏବେ ଝାରସୁଗୁଡ଼ାରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏକାଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି ।

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି। ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଛି।
ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ବେଳେ ଇଞ୍ଜିନିୟରିଂ ସ୍କୁଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସମ୍ଭାବନା ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଢଓଗଈରେ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍‌ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତ ୨୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଛି।

Comments (0)
Add Comment