ରାଜ୍ୟରେ କରୋନା ସଂକ୍ରମଣ ମାଡିଚାଲିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି କଏଦୀ । ଜେଲରେ ଥିବା କଏଦୀ ମଧ୍ୟ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ମୟୁରଭଂଜ ଉଦଳା ଉପକାରାଗାରରୁ କଏଦୀ ସଂକ୍ରମିତ ହେବା ପରେ ଜେଲ୍ ପରିସରରେ ସ୍ବତନ୍ତ୍ର କଠୋରୀରେ ରଖି ଚିକିତ୍ସା କରାଯାଉଛି ।
ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୨୧ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ସେମାନଙ୍କୁ ଆଇସୋଲସନରେ ରଖାଯାଇଛି । ଏହି ସମୟରେ ଜେଲ୍କୁ ପୁରା ସାନିଟାଇଜ୍ କରାଯାଇଛି । ଏକ ଡାକ୍ତରୀ ଦଳ ଲଗାତର ଭାବେ ସେମାନଙ୍କୁ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।
ଜେଲ ପରିସରକୁ ଆଉଥରେ ସାନିଟାଇଜ କରିବାକୁ ଜେଲ ତରଫରୁ ଉଦଳା ଅଗ୍ନିଶମ ବିଭାଗକୁ ଚିଠି ଲେଖାଯାଇଛି । ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ପାଇଁ ସ୍ବାବ ଟେଷ୍ଟ ପାଇଁ ନିଆଯାଇଛି ।ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜରୁ ଆଜି ୨୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜେଲରେ ଗୋଟିଏ କଠୋରୀ ମଧ୍ୟରେ ଏକାଧିକ ଜଣ କଏଦୀ ରହୁଥିବାରୁ କରୋନା ସଂକ୍ରମିତ ବ୍ୟାପିବାର ଆଶଙ୍କା ଅଧିକ ।