ମାର୍ଚ୍ଚ ପହିଲାରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ଭୁବନେଶ୍ବରର ୧୦ଟି ଘରୋଇ ହସ୍ପିଟାଲ ଓ ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ। ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ ୧୦୦ ଟଙ୍କା ରଖାଯାଇଥିବା ବେଳେ ଟିକାର ଦାମ୍ ସରକାରଙ୍କ ପକ୍ଷରୁ ନିର୍ଦ୍ଦାରିତ ହେବ । ପ୍ରତ୍ୟେକ ଦିନ ୬୦ ଜଣଙ୍କୁ ଦିଆଯିବ ଟିକା ।
ଟିକା ନେବାକୁ ଆରୋଗ୍ୟ ସେତୁ ଓ କୋଭିଡ ନ୍ୟୁ ପୋର୍ଟାଲ ୨.୦ରେ ରେଜିଷ୍ଟ୍ରେସନ କରିପାରିବେ । ସୋମବାରରେ ଏହି ଦୁଇ ଆପରେ ପଞ୍ଜିକରଣ ପାଇଁ ଲାଇଭ କରାଯିବ । ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ ପଞ୍ଜିକରଣ କରାଯାଇପାରିବ । ତେବେ ସୋମବାର ଠାରୁ ସରକାରୀ ଡାକ୍ତରଖାନାରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ମଙ୍ଗଳବାରରୁ ଘରୋଇ ମେଡିକାଲରେ ଆରମ୍ଭ ହେବ ।