‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍ରେ ଆକ୍ରାନ୍ତ କି ନୁହେଁ। ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା ଦେଇଛନ୍ତି।
ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା । ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି ।ସେପଟେ, ଓମିକ୍ରନ୍ ଭୟ ଭିତରେ ଓଡ଼ିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ । ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ । ଏଆର ସୁବିଧା ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିପାରୁନାହିଁ ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ଲକ୍ଷଣ ଥିଲେ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟଭୀତ ହେବାର କୌଣସି କାରଣ ନାହିଁ । କିଏ କେଉଁଠୁ ଆସୁଛି ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି ।