ୟୁକ୍ରେନରୁ ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ ।ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନବନ୍ଦରରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି ।ୟୁକ୍ରେନରେ ଫସିରହିଥିବା ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଶନିବାର ଏହି ବିମାନ ଉଡାଣ ଭରିଥିଲା । ପ୍ରଥମ ବିମାନଟି ବୁଦାପେଷ୍ଟରୁ ୨୧୯ ଜଣ ଛାତ୍ରଛାତ୍ରୀଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବାବେଳେ ଦ୍ୱିତୀୟ ବିମାନ ଏଆଇ୧୯୪୨, ୨୫୦ ୨୫୦ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି । ଏହାସହ ତୃତୀୟ ବିମାନଟି ମଧ୍ୟ ଆଜି ଦିଲ୍ଲୀ ଫେରିବାର ସୂଚନା ରହିଛି ।