ମହାମାରୀ ନେଉଛି ଡାକ୍ତରଙ୍କ ଜୀବନ । କରୋନା ମହାମାରୀର ଦ୍ବିତୀୟ ଲହରରେ ଏ ପର୍ୟ୍ୟନ୍ତ ଦେଶରେ ୨୬୯ ଜଣ ଡାକ୍ତର ପ୍ରାଣ ହରାଇଲେଣି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏହା ଜଣାଯାଇଛି। ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଦୁଇଟି ଯାକ ଟିକା ଡୋଜ୍ ନେଇଥିଲେ। ତେବେ ଚିନ୍ତାର ବିଷୟ ହେଲା ଗତ ରବିବାର ଗୋଟିଏ ଦିନରେ ଏହି ମହାମାରୀ ୫୦ ଜଣ ଡାକ୍ତରଙ୍କର ଜୀବନ ନେଇଛି।
କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି । କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଦିନରାତି କାମ କରୁଥିବା ଡାକ୍ତରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି । କୋଭିଡରେ ଏଯାଏ ୨୪୪ ଜଣ ଡାକ୍ତର ଦେଶରେ ପ୍ରାଣ ହରାଇଥିବା ବେଳେ ସେଥିରୁ ସର୍ବାଧିକ ବିହାରରୁ ୭୮ ଜଣ ଅଛନ୍ତି । ସେହିପରି ଉତର ପ୍ରଦେଶରେ ୩୭, ଦିଲ୍ଲୀରେ ୨୮ ଜଣ, ଆନ୍ଧ୍ରରେ ୨୨, ତେଲେଙ୍ଗାନାରୁ ୧୯, ମହାରାଷ୍ଟ୍ରରେ ୧୪, ପଶ୍ଚିମବଙ୍ଗରେ ୧୪, ତାମିଲନାଡୁରେ ୧୧,ଓଡିଶାର ୧୦ ଜଣ ଅଛନ୍ତି ।
ଆଇଏମଏ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କରୋନାରେ ମୃତ୍ୟୁବରଣ କରିଥିବା ସବୁଠୁ କନିଷ୍ଠ ଡାକ୍ତର ହେଲେ ଡା. ଅନାସ ମୁଜାହିଦ। ତାଙ୍କର ବୟସ ୨୫ ବର୍ଷ। ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡକ୍ଟର ଭାବେ କାର୍ୟ୍ୟ କରୁିଲେ। ସେହିଭଳି ସବୁଠୁ ବୟସ୍କ ଡାକ୍ତର ହେଉଛନ୍ତି ବିଶାଖାପାଟଣାର ଡା ଏସ ସତ୍ୟମୂର୍ତ୍ତି। ତାଙ୍କର ବୟସ ୯୦ ବର୍ଷ ହୋଇଥିବାବେଳେ ସେ ଇଏନଟିର ଜଣେ ଅବସରପ୍ରାପ୍ତ ପ୍ରଫେସର।