କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲାରେ ଥାନାରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଖସି ପଳାଇବା ଘଟଣାରେ ୩ଜଣ ପୋଲିସ ନିଲମ୍ବିତ । ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଜଣାପଡିଛି । ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପୋଲିସ ବ୍ୟାରେକରୁ ଖସି ପଳାଇଥିବା ସୂଚନା ମିଳିଛି । କର୍ତ୍ତବ୍ୟରେ ଅବେହଳା ଯେଗୁଁ ଏହି ୩ ପୋଲିସକୁ ନିଲମ୍ବନ କରରାଯାଇଛି ।
ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ ।ଗତ ୮ ତାରିଖରେ ଗୋବିନ୍ଦ ସାହୁ, ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏହି ମାମଲାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ଉଠାଇ ଆଣିଥିବାବେଳେ ସେ ପୋଲିସ ହେପାଜତରୁ କେମିତି ଚମ୍ପଟ ମାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ପ୍ରାୟ ୧୦ ଦିନ ହେଲାଣି ମମିତାଙ୍କ ଖୋଜ ଖବର ମିଳୁନାହିଁ । ଗତ ୮ ତାରିଖରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମହାଲିଙ୍ଗରେ ଥିବା ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ସ୍କୁଲକୁ ଆସୁଥିବାବେଳେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇ ଯାଇଥିଲେ । ୧୨ ତାରିଖରେ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ପୋଲିସ କଳାହାଣ୍ଡିର କେଗାଁକୁ ଆସି ସେଠାକାର ପୋଲିସ ସହିତ କଥାବାର୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା ।