‘ଜଣଙ୍କଠୁ ୩୦ ଜଣ ସଂକ୍ରମିତ’

ରାଜ୍ୟରେ କରୋନା ସଂକ୍ରମଣ ବୃ୍ଦ୍ଧି ପାଉଥିବା ବେଳେ ଚିନ୍ତା ବଢାଉଛି ପଡୋଶୀ ରାଜ୍ୟ । ଛତିଶଗଡ଼ରୁ ଆସୁଥିବା ଲୋକ ଅଧିକ ବିପଦ ନେଇକି ଆସୁଛନ୍ତି । କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି ଥିବା କହିଛନ୍ତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ।

ବାହାର ଲୋକ ସଂକ୍ରମଣ ନେଇକି ଆସିଛନ୍ତି ।କରୋନା ଡ୍ରପ୍‌ଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି । ନିହାତୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।୯ଟା ବେଳେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି ।ସମୟ ଆସିଛି ସମ୍ପୂର୍ଣ୍ଣ ସତର୍କ ଓ ଦାୟିତ୍ୱବାନ ହେବାର । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନିବାକୁ ନିବେଦନ କରିଛନ୍ତି ବିଜୟ ପାଣିଗ୍ରାହୀ ।

କରୋନା ଚେନ୍ ଭାଙ୍ଗିବାକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ଦିନ ତଳସ୍ତରରୁ ମନିଟର କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Comments (0)
Add Comment