ନାଇଜରରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ । ଓଡ଼ିଶାରେ ଭୁବନେଶ୍ବର ନାଇଜର ଓ ରାଉରକେଲା ଏନ୍ଆଇଟି ଏବେ ଚିନ୍ତା ବଢ଼ାଇଛି। ଗୋଟିଏ ଦିନରେ ନାଇଜରରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନ୍ଆଇଟି ରାଉରକେଲାରେ ବି ପଶିଛି କରୋନା। ଏଠାରେ ତିନି ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଏହି ଦୁଇଟି ନୁହେଁ, କେତେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବି ସଂକ୍ରମିତ ହେଲେଣି। ହଠାତ୍ ସପ୍ତାହେ ହେଲା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବି ଭୟଭୀତ ହୋଇପଡ଼ିଛନ୍ତି।
ଭୁବନେଶ୍ବର ନାଇଜରରେ ଚିହ୍ନଟ ହୋଇଥିବା ୩୧ ଜଣ ଯାକ ଆକ୍ରାନ୍ତ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ନାମଲେଖା ପ୍ରକ୍ରିୟା ସରିବା ପରେ ସେମାନେ ଏବେ କ୍ୟାମ୍ପସକୁ ଆସିଛନ୍ତି। ପ୍ରବେଶ ସମୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମାତ୍ର କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ଆଇସୋଲୋସନରେ ରଖାଯିବା ସହ ଡାକ୍ତରମାନେ ନଜର ରଖିଥିଲେ। ଏବେ କିଛି ଛାତ୍ର ଅସୁସ୍ଥ ହେବାରୁ ସେମାନଙ୍କ କରୋନା ପରୀକ୍ଷା ହୋଇଥିଲା। ସେମାନେ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର ବି ପରୀକ୍ଷା କରାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି।