ମହାନଦୀରେ ଭାସିଗଲେ ୪ ଛାତ୍ର

ମହାନଦୀରେ ଭାସିଗଲେ ୪ଛାତ୍ର । ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ତିନି ଜଣ ନିଖୋଜ ଅଛନ୍ତି । ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା । ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ । ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ ।ଏମାନେ ସମସ୍ତେ ଚାଉଳିଆଗଂଜ ଅଂଚଳ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି ।

ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ପୋତାପୋଖରୀ ଅଞ୍ଚଳର ମୁନା ବେହେରାଙ୍କ ପୁଅ ଜଗା ବେହେରାଙ୍କର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହି ସାହିର ରବି ସେଠୀଙ୍କ ପୁଅ ଶୁଭମ ସେଠୀ, ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା ଏବଂ ଅନ୍ୟଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

Comments (0)
Add Comment