ଦେଶରେ କେବେ କମିବ ସକ୍ରମଣ? ଏପ୍ରିଲ ପହିଲାରୁ ହୁ ହୁ ହୋଇ ବଢିଚାଲିଥିବା ଭାଇରସ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ଭାରତରେ କିଛି ଦିନ ହେବ ସଂକ୍ରମଣ ୪ ଲକ୍ଷ ତଳେ ରହୁଛି । ହେଲେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ମୃତ୍ୟୁସଂଖ୍ୟା ବି ଗତକାଲି ସାମାନ୍ୟ କମିଥିବା ବେଳେ ଆଜି ପୁଣି ୪ ହଜାର ଉପରେ ରହିଛି । ତେବେ କିଛି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଓଡିଶା ସମେତ ୧୬ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।
ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୪୮ ହଜାର ୪୨୧ ପଜିଟିଭ। ଆଉ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ହୋଇଛି ।ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।ଏବେ ସୁଦ୍ଧା ମୋଟ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୯୭ରେ ପହଞ୍ଚିଛି । ଏବେବି ସାରା ଦେଶରେ ୩୭ ଲକ୍ଷ ୦୪ ହଜାର ୦୯୯ ସକ୍ରିୟ ମାମଲା ରହିଛି। ୨ ସପ୍ତାହ ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୦୦୦କୁ ଖସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୫୨,୩୫,୯୯୧ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ମହାରାଷ୍ଟ୍ର, ଉତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ ଓ ହରିଆଣା ପରି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବାବେଳେ ଏଠାରେ କିଛିଦିନ ହେଲା ଏଠାରେ ସଂକ୍ରମଣ ପ୍ଲାଟୁ ଅର୍ଥାତ ସ୍ଥିର ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କିନ୍ତୁ ଚିନ୍ତାର ବିଷୟ ହେଲା ଓଡିଶା ସମେତ ୧୬ଟି ରାଜ୍ୟରେ ସଂକ୍ରମଣ ହାର ବଢୁଥିବା କୁହାଯାଇଛି ।ଦେଶର ମୋଟ୍ ୭୩୪ ଜିଲ୍ଲାରୁ ୪୨% ଅର୍ଥାତ ୩୧୦ ଜିଲ୍ଲାରେ କରୋନା ସଂକ୍ରମଣର ଗ୍ରାଫ ଉପରମୁହାଁ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।