ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ମଧ୍ୟ ଫେରୁଛି । ୫୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିିଥିବା ବେଳେ ରାଜ୍ୟକୁ ଘାରିଛି ପଡୋଶୀ ସଂକ୍ରମଣ ଚିନ୍ତା । ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି,ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଂଜାମରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ପହଚିଁଛି ।
ରାଜ୍ୟରେ ୨୪ଘଂଟା ଭିତରେ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଗଡରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି । ତା ପଛକୁ ନୂଆପଡାରେ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୨୯ଜଣ, ଝାରସୁଗୁଡ଼ାରୁ ୧୭, କଟକରୁ ୨୬, ବରଗଡ଼ରୁ ୧୯, ବଲାଙ୍ଗିରରୁ ୧୫, ସମ୍ବଲପୁରରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନ ସଂକ୍ରମଣ ଥିବା ଜିଲ୍ଲାରୁ ପୁଣି ୨୪ ଘଣ୍ଟାରେ ବାହାରିଛନ୍ତି ୧୩ ନୂଆ କେସ୍ । ଦୀର୍ଘଦିନର ବ୍ୟବଧାନ ପରେ ଗଞ୍ଜାମରେ ୨ ଅଙ୍କ ଛୁଇଁଛି ସଂଖ୍ୟା । ୨୪ ଘଣ୍ଟାରେ ବାହାରିଛନ୍ତି ୧୩ ନୂଆ କେସ୍ । ଗତବର୍ଷ କରୋନାର ହଟସ୍ପଟ ପାଲଟିଥିଲା ଗଞ୍ଜାମ । ପ୍ରବାସୀଙ୍କ ଘରବାହୁଡା ପରେ ଜିଲ୍ଲାରେ ସଂକ୍ରମଣ ମାତ୍ରା ବଢିଥିଲା ।
ସେହିପରି ନୂଆପଡା, କଳାହାଣ୍ଡି, ସୁନ୍ଦରଗଡରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ନିଦ ହଜରାଇଦେଇଛି । ଏପଟେ ମାଲକାନଗିରି ସୀମାରେ ଯାଞ୍ଚ କଡାକଡି କରିଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ୪ଟି ରାଜ୍ୟର ସୀମାରେ ରହିଥିବାରୁ ସୀମା ଦେଇ ଆସୁଥିବା ଗାଡି ଉପରେ ନଜର ରଖିବା ସହ ଯାତ୍ରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି।