ବାତ୍ୟା: ୫ ଜିଲ୍ଲା ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ

ବାତ୍ୟା ମୁକାବିଲା ପାଇଁ ପାଂଚ ଜିଲ୍ଲା ଦାୟିତ୍ୱ ପାଂଚ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି । ବାତ୍ୟା ‘ୟଶ’ର ପ୍ରଭାବରେ ୫ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ୫ ଆଇଏଏସ ଅଫିସରଙ୍କୁ ସେହି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟି୍ତ୍ୱ ଦେଇଛନ୍ତି ସରକାର । ସେହିପରି ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିଭି ଯାଦବ. ବାଲେଶ୍ୱର ପାଇଁ ବିଶାଳ ଦେବ ଓ ମୟୁରଭଂଜ ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି । ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ଏହି ପାଂଚ ଆଇଏଏସ ଅଫିସର ।

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେ ଧୀରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପୂକଳ ମୁହାଁ ହେବ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ବାତ୍ୟା ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ ।

Comments (0)
Add Comment