ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ରୂପା ସ୍ଥାନାନ୍ତର କରାଯାଇଛି । ଏଗାରଟି ବାକ୍ସରେ ୫କୁଇଣ୍ଟାଲ ରୁପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରାଗଲା। ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାରର ହେବ ରୂପାଛାଉଣି। ଏଥିପାଇଁ ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରେ ମହଜୁଦ ଥିବା ୫ କୁଇଣ୍ଟାଲ ରୁପା । ରୂପାର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲା କୋଷାଗାରକୁ ସିପ୍ଟ କରାଯାଉଛି।
ତେବେ ସେପଟେ ସାତଟି ଦ୍ୱାରର ରୁପା ଛାଉଣି ସରିଥିବା ବେଳେ ରଥଯାତ୍ରା ବେଳେ କଳାହାଟ ଦ୍ୱାର ରୂପାଛାଉଣି ବେଳେ ନିତିକାନ୍ତି ପ୍ରଭାବିତ ହେବନାହିଁ। ସେପଟେ ଏତେ ପରିମାଣର ରୂପାକୁ ନଅ ଦଶମାସ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୂମରେ ରଖିବା ସୁରକ୍ଷିତ ନୁହେଁ। ଏଣୁ ଏହା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ। ଜିଲ୍ଲାପାଳଙ୍କ ଠାରୁ ଅନୁମୋଦନ ମିଳିବା ପରେ ଆଜି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୂମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଉଛି।
ଜଉମୁଦ ଦିଆଯାଇ ଜିଲ୍ଲା କୋଷାଗାରରେ ରଖାଯାଉଛି ରୂପାଛାଉଣି ପାଇଁ ଆସିଥିବା ବଳକା ପାଞ୍ଚ କୁଇଣ୍ଟାଲ ରୂପା। ଶ୍ରୀମନ୍ଦିର ପ୍ରଶାସନର ଚିଠି ମୁତାବକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ତାହା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଉଛି।