ଖୋର୍ଦ୍ଧା ବଢାଇବ କି ବିପଦ!

ଏପ୍ରିଲ ମାସରେ ପ୍ରତିଦିନ କରୋନା କରୁଛି ନୂଆ ରେକର୍ଡ । ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଖୋର୍ଦ୍ଧାରେ ଶତକ ପାର କରିଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବେଳ ଖୋର୍ଦ୍ଧାରୁ ୧୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏବେଠୁ ସତର୍କ ନହେଲେ ଖୋର୍ଦ୍ଧାରେ ଆଗକୁ ପୁଣି ପୂର୍ବ ସ୍ଥିତି ଫେରି ପାରେ । ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରେ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୬୪ ଜଣ, କଟକରେ ୩୦ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡ଼ାରେ ୩୧ ଜଣ, ନୂଆପଡ଼ାରେ ୨୯ ଜଣ, ପୁରୀରେ ୨୪ ଜଣ, ରାୟଗଡ଼ାରେ ୬ ଜଣ, ସମ୍ବଲପୁରରେ ୨୮ ଜଣ, ସୋନପୁରରେ ୧୧ ଜଣ, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଶୂନ ସଂକ୍ରମଣ ଥିବା ଗଂଜାମରେ ପୁଣି ବଢିିଛି ଆକ୍ରାନଙ୍କ ସଂଖ୍ୟା । ଗଂଜାମରେ ୨୪ ଘଂଟାରେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ପ୍ରବାସୀଙ୍କ ଉପରେ କଡା ନଜର ରଖାଯାଇଛି ।

ନୁଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୮୫୬ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୭୩୧ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୮୧୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ।

Comments (0)
Add Comment