ଶେଷ ପର୍ୟ୍ୟାୟରେ ୭୦ ପ୍ରତିଶତ ଭୋଟିଂ

ରାଜ୍ୟରେ ପଞ୍ଚମ ପର୍ୟ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ୟ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦ ଶତକଡ଼ା ମତଦାନ ହୋଇଥିବା ଜଣା ପଡ଼ିଛି ।
ସବୁଠି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳାପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କଠୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।
ଆଜି ପଞ୍ଚମ ପର୍ଯ୍ୟାୟରେ ତଥା ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ ବ୍ଲକର ୧୩୧ ଜିଲ୍ଳା ପରିଷଦ ଜୋନରେ ଭୋଟ ଗ୍ରହଣ ହୋଇଛି । ୯୭୫ ଗ୍ରାମପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

Comments (0)
Add Comment