ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଦୁଇଟି ପୃଥକ ପୃଥକ ଏନକାଂଉଟରରେ ୨ ପାକିସ୍ତାନ ନାଗରିକଙ୍କ ସମେତ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଜଣାପଡିଛି । ଜଣେ ପୁଲିସ କର୍ମୀ ବି ଆହତ ହୋଇଛନ୍ତି ।
ଅନନ୍ତନାଗ ଓ କୁଲଗାଁଓରେ ଏହି ଏନକାଂଉଟର ହୋଇଛି । ଗୁଇନ୍ଦ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସ୍ଥାନୀୟ ଅଂଚଳକୁ ଘେରାବନ୍ଦୀ କରି ତଲାସି ଅଭିଯାନ କରିଥିଲେ । ଏହାପରେ ଏନକାଂଉଟର ହୋଇଥିଲା । ସେନା, ସିଆରପିଏଫ ଓ କାଶ୍ମୀର ପୁଲିସର ମିଳିତ ଅଭିଯାନରେ ଗତ ୨୪ ଘଂଟା ମଧ୍ୟରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ପାକିସ୍ତାନ ନାଗରିକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ଦ୍ୱିତୀୟ ଏନକାଂଉଟର ଅନନ୍ତନାଗ ଜିଲ୍ଲାରେ ହୋଇଛି । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବର୍ତମାନ ବି ସଂପୃକ୍ତ ଅଚଂଳରେ ଅପରେସନ ଜାରି ରହିଛି । ନିହତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଏପର୍ୟ୍ୟନ୍ତ ୪ଜଣଙ୍କର ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ ୨ଜଣ ଆସିଥିଲେ ପାକିସ୍ତାନରୁ । ଅନ୍ୟ ୨ଜଣ ଆତଙ୍କବାଦୀଙ୍କ ପରିଚୟ ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ଉଦ୍ୟମ ଚାଲିଛି ।
ଗତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ଉପରୋକ୍ତ ଦୁଇ ଜିଲ୍ଲାରେ ସଂଗଠିତ ପୃଥକ୍‌ ଆତଙ୍କବାଦ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ପୁଲିସ କହିଛି, ଅନନ୍ତନାଗ ନିକଟବର୍ତ୍ତୀ ଦୂରୁ ଅନ୍ତର୍ଗତ ନ‌ୌଗାମ୍‌ ଶାହାବାଦ ଅଞ୍ଚଳରେ ନିରାପତ୍ତା ଅଭିଯାନ ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ନିକଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Comments (0)
Add Comment