କୋଭିଡ ହସ୍ପିଟାଲରେ ନିଆଁ, ୧୬ ମୃତ

କୁହାଯାଏ ଯେତେବେଳେ ବିପଦ ଆସେ ସେତେବେଳେ ସବୁଆଡେ ଏକାସାଂଗେ ଆସେ । ଦେଶରେ ଗୋଟେପଟେ ସଂକ୍ରମଣ ବ୍ୟାପିଚାଲିଥିବା ବେଳେ ଏହି ସମୟରେ ଗୁଜୁରାଟରୁ ଆସିଛି ଆଉ ଏକ ଦୁଃଖଦ ଖବର । ଗୁଜୁରାଟ ଭରୁଚରେ ପଟେଲ ୱେଲଫେୟାର୍ ହସ୍ପିଟାଲରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତି ଚିକିତ୍ସିତ ହେଉଥିଲେ । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ହସ୍ପିଟାଲରେ ୫୦ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ରୋଗୀମାନଙ୍କୁ ନିକଟସ୍ଥ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ କିଛି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ଆଶଙ୍କା ବୃଦ୍ଧି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ବିଳମ୍ୱିତ ରାତିରେ ହସ୍ପିଟାଲରେ ନିଆଁ ଲାଗିଯିବାରୁ ହସ୍ପିଟାଲରେ ଥିବା ଆକ୍ରାନ୍ତ ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ । ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ୟ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

Comments (0)
Add Comment