ଆଜି ଚତୁର୍ଥ ପର୍ୟ୍ୟାୟ ମତଦାନ ଶେଷ ହୋଇଛି। କାଁଭାଁ ସ୍ଥାନକୁ ଛାଡ଼ି ଦେଲେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରି ହିଂସା ଘଟିନାହିଁ। ଚତୁର୍ଥ ପର୍ୟ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ୍ ପ୍ରତିଶତ ବଢ଼ିପାରେ।
ଚତୁର୍ଥ ପର୍ୟ୍ୟାୟ ଭୋଟ ବେଳେ ୪ରୁ ୫ଟି ସ୍ଥାନରେ ବିଭିନ୍ନ କାରଣରୁ ମତଦାନରେ ବାଧା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିଲାପରେ ପଦକ୍ଷେପ ନଆଯିବ । ଅନ୍ୟପଟେ ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ଭୋଟ ହୋଇଛି । ନଗଡ଼ାରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି । ମୋଟ ୮୩ ପ୍ରତିଶତ ଭୋଟ ହୋଇଛି । ସେହିପରି ମାଓପ୍ରବଣ ଅଞ୍ଚଳ ନିୟମଗିରିରେ ୮୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।
ବାଲଟା ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୮୯ଟି ବୁଥରେ ମତଦାନ କରାଯାଇଛି । କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇ ନାହିଁ । ହେଲେ ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମତଦାନ ବାତିଲ କରାଯାଇଛି ।