ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଲଗାତର କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛି । ଯେତିକି ସଂକ୍ରମିତ ଚିହ୍ନଟ ହେଉ୍ଛନ୍ତି ଅଧିକାଂଶ ପଶ୍ଚିମଓଡିଶା ଓ ଖୋର୍ଦ୍ଧାର । ଗତ ୨୪ ଘଂଟାରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଛି । ଯାହା ଚିନ୍ତାଜନକ । ଏବେ ରାଜ୍ୟର ୨୯ ଜିଲ୍ଲାକୁ ବ୍ୟାପିଲା କରୋନା ।
ଓଡିଶାରେ ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି ରୋଗୀ । ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ୧୪୭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହିଛି । ଖୋର୍ଦ୍ଧାରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡାରୁ ୩୧ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଟପୁଲରୁ ୨୭, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୨୩, ଅନୁଗୁଳରୁ ୧୭, ଯାଜପୁରରୁ ୧୬, ରାୟଗଡ଼ା ଓ ବଲାଙ୍ଗୀରରୁ ୧୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଗଞ୍ଜାମ, ଜଗତସିଂହପୁର ଓ କୋରାପୁଟରୁ ୯ଜଣ ଲେଖାଏଁ ,ନୟାଗଡ଼ ଓ ସୋନପୁରରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬, କନ୍ଧମାଳରୁ ୪, ଢେଙ୍କାନାଳରୁ ୩, ବୌଦ୍ଧ ଓ ମାଲକାନଗିରିରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେଓଗଡ଼ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭ରେ ପହଞ୍ଚିଛି । ଏଥି ମଧ୍ୟରୁ ୪୨୫୫ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୮୪୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୨୪୪୫୭୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଗତକାଲି ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା ବୈଠକ କରିବା ପରେ କଟକଣା କଡାକଡି କରିବାକୁ କହିଛନ୍ତି ।