ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟରେ କରୋନା ସଂକ୍ରମଣ ଆଜି ତଳକୁ ଖସିଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଚେନ ଭାଙ୍ଗିବା ପାଇଁ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ୧୪ ଦିନ ପାଇଁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୧୦,୪୧୩ ଥିଲା। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ସୁନ୍ଦରଗଡ଼ରୁ ୭୫୩, ଅନୁଗୁଳରେ ୫୨୫ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରୁ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭ ଏବଂ ଷ୍ଟେଟ ପୁଲରୁ ୨୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ୧୪ ଜଣଙ୍କ ଜୀବନ ଯାଇଛି । ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।