ହାଇକୋର୍ଟ ଗଲେ ଅଭୟ

ଆଇଏଫଏସ ଅଭୟକାନ୍ତ ପାଠକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ ହୋଇଥଇବା ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ସେ ହାଇକୋର୍ଟ ଯାଇଛନ୍ତି । ଅଭୟକାନ୍ତ ଏବେ ୩ ଦିନିଆ ରିମାଣ୍ଡରେ ଅଛନ୍ତି । ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଏସଆଇଟି ।

ଡିସେମ୍ବର ୨ ତାରିଖରେ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ୯ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଏହା ପରେ ରିମାଣ୍ଡରେ ନିଆଯାଇ ଆର୍ଥିକ କାରବାର ନେଇ ପଚରାଉଚରା କରୁଛି ଭିଜିଲାନ୍ସ । ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଅଧିକ ତଥ୍ୟ ପାଇଁ ୩ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ପଚରାଚରା କରୁଛି ।

ଅନ୍ୟପଟେ ଆକାଶଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଜାମିନ୍ ଆବେଦନ କରିଛନ୍ତି । ପ୍ରଦୀପ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଗତକାଲି ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରଦୀପଙ୍କ ଜାମିନ ଆବେଦନକୁ ଏସଡିଜେଏମ କୋର୍ଟ ଖାରଜ କରି ଦେଇଥିଲେ ।

Comments (0)
Add Comment