କରୋନା ସହ ଲଢେଇ କରି ଶେଷରେ ଆଖି ବୁଜିଲେ ଅଭିଷେକ । ଇକ୍ମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ଅଭିଷେକଙ୍କ କୋଲକାତାରେ ଏକ୍ମୋ ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବା ପରେ ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ଜୁଲାଇ ୯ ତାରିଖରୁ କୋଲକାତାରେ ଚାଲିଥିଲା ଅଭିଷେକଙ୍କର ଇକମୋ ଚିକିତ୍ସା ।
ଅଭିଷେକ ମହାପାତ୍ରଙ୍କ ଘର ବାସୁଦେବପୁର ମନ୍ଦାରୀ ଗାଁରେ । ଜୁନ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ଅବସ୍ଥା ପରେ ଗୁରୁତର ହୋଇଥିଲା। ଅଭିଷେକଙ୍କ ଜୀବନ ବଞ୍ଚାଇବା ପାଇଁ ଇକ୍ମୋ ଚିକିତ୍ସା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।ଜୁଲାଇ ୯ ତାରିଖରୁ କୋଲକାତାରେ ଚାଲିଥିଲା ଅଭିଷେକଙ୍କର ଇକମୋ ଚିକିତ୍ସା । ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ।ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ ଜୀବନ ଯୁଦ୍ଧରେ ସଂଗ୍ରାମରତ ଥିଲେ। ଇକ୍ମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଥିଲା ଅର୍ଥର ଅଭାବ। ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା। ଏହା ବ୍ୟତୀତ ଅନ୍ୟାନ୍ୟ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିଲା । ହେଲେ ଏତେ ଟଙ୍କା ଯୋଗାଡ କରିବା ଅଭିଷେକଙ୍କ ପରିବାର ପକ୍ଷେ ଅସମ୍ଭବ ଥିଲା । ଏପରି ସମୟରେ ଅଭିଷେକଙ୍କ ଚିକିତ୍ସା ପାଇଁ ନବ ବିହାହିତା ପତ୍ନୀ ମୌସୁମୀ, ଅଭିଷେକଙ୍କ ମାଆ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସମସ୍ତଙ୍କୁ ପ୍ରାର୍ଥନା କରିଥିଲେ। ଏପରିକି ଅଭିଷେକଙ୍କ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଆଗେଇ ଆସିଥିଲେ ଅଭିଷେକ ବନ୍ଧୁ ଗୋଷ୍ଠୀ।
ଅର୍ଥ ଅଭାବରୁ କୋଲକାତାକୁ ସ୍ଥାନାନ୍ତର ହେଇପାରୁନଥିବାରୁ ମିଲାପ ମାଧ୍ୟମରେ ଆରମ୍ଭ ହୋଇଥିଲା ଫଣ୍ଡ ରେଜିଂ । ଯିଏ ଯାହା ପାରିଲା ନିଜ ସକ୍ଷମ ଅନୁସାରେ ସାହାଯ୍ୟ କଲା । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଛନ୍ତି ଅଭିଷେକ ।