ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର। ବଢିପାରେ କରୋନା ସଂକ୍ରମଣ । ପିଏମ୍ଓକୁ ସତର୍କ କରାଇଲା ଏମ୍ଏଚ୍ଏ ପେନାଲ । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଂଟ ବା ଏନ୍ଆଇଡିଏମ୍ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଏହି ରିପୋର୍ଟ ଦେଇଛି । କେନ୍ଦ୍ରୀୟ ପ୍ୟାନେଲ ସତର୍କ କରାଇବା ପରେ ଓଡ଼ିଶାର ପ୍ରସ୍ତୁତି ।
ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ଦେଶରେ ସର୍ବାଧିକ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି ଆକଳନ କରାଯାଉଛି ।ସେପ୍ଟେମ୍ବର ଅକ୍ଟୋବର ବେଳକୁ ରାଜ୍ୟରେ ଦିନକୁ ୧୪ ହଜାର ୪୦୦ ମାମଲା ଆସିପାରେ । ସେଥିପାଇଁ ବିଶେଷଜ୍ଞଙ୍କ ଆକଳନ ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି । ଦୈନିକ ୧୪ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୨.୨ ପ୍ରତିଶତ ଅର୍ଥାତ୍ ୭୦ ଜଣଙ୍କୁ ଆଇସିୟୁ ବେଡ୍ ବିମ୍ବା ଭେଂଟିଲେଟରର ଆବଶ୍ୟକତା ରହିବ । ଏତିକି ସଂଖ୍ୟକ ରୋଗୀଙ୍କ ପାଇଁ ୧୦ ଦିନ ହିସାବରେ ୭୦୦ ଆଇସିୟୁ ବେଡ୍ ଆବଶ୍ୟକ ପଡିପାରେ ବୋଲି କହିଛନ୍ତି ଡିଏମ୍ଇଟି ।
ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ହେଲା, ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂକ୍ରମିତ ହୋଇପାରନ୍ତିି ବୋଲି ଆଶଂକା କରାଯାଉଛି । କରୋନାର ସଂକ୍ରମଣ ଶୀର୍ଷରେ ପହଂଚିଲା ବେଳକୁ ୧୦୦ ଜଣରେ ୨୩ ଜଣ ଶିଶୁଙ୍କୁ ହସ୍ପିଟାଲରେ ରଖି ଚିକତ୍ସା ଆବଶ୍ୟକ ପଡିପାରେ ।