ସୁସ୍ଥ ହେଉଛି ଓଡ଼ିଶା: ହଜାରେ ତଳେ ସଂକ୍ରମଣ ସଂଖ୍ୟା

ଗୋ କରୋନା ଗୋ… ଗ୍ରୀନ ଜୋନରେ ଓଡିଶା

କରୋନା ହାରୁଛି, ମଣିଷ ଜିତୁଛି । ଭୂତାଣୁ ଭୟ ଭିତରେ ଓଡିଶା ପାଇଁ ଆସୁଛି ଭଲ ଖବର। ଏବେ ଗ୍ରୀନ ଜୋନରେ ଓଡିଶା। ଆଉ ଏତେ ନାହିଁ ସଂକ୍ରମଣର ଭୟ। ଦିନକୁ ଦିନ କମୁଛି ସଂକ୍ରମିତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ଦୈନିକ ହଜାରେ ତଳେ ରହୁଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା। ଯାହା ସୂଚାଉଛି କି ରାଜ୍ୟରେ ଧିରେଧିରେ କମିବାରେ ଲାଗିଛି କରୋନା।

ତେବେ ଗତ ଦୁଇ ଦିନର ରିପୋର୍ଟକୁ ଯଦି ତର୍ଜମା କରାଯାଏ ତେବେ ହଜାରେ ତଳେ ରହୁଛି ଆକ୍ଟିଭ କେସ। ଗତ ୧ ତାରିଖରେ ରାଜ୍ୟରେ ମୋଟ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଲୋକାଲ କେସ ଚିହ୍ନଟ ହୋଇଥିଲେ । ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ସେହିପରି ଗତକାଲି ହଜାରେ ତଳେ ଆକ୍ରାନ୍ତ ସଂଖ୍ୟା ରହିଛି ଯାହା କରୋନା ଭୂତାଣୁ ଭିତରେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର । ତେବେ ବିଗତ ୮ ମାସ ହେବ ଭୂତାଣୁ ସହ ଯେଉଁ ଲଢେଇ ଚାଲିଛି ତାହା ଅତୁଳନୀୟ। କରୋନା ଯୋଦ୍ଧାଙ୍କ ରାତିଦିନ ପରିଶ୍ରମର ଫଳ ଏବେ ରାଜ୍ୟରେ ଫଳୁଛି। ତେଣୁ ସମସ୍ତ ଯୋଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବଧେଇ ଜଣାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜ ଟୁଇଟରର ପେଜରେ ସମ୍ମୁଖ ଯୋଦ୍ଧାଙ୍କ ତ୍ୟାଗକୁ ସାଲ୍ୟୁଟ କରାଯାଇଛି।

Comments (0)
Add Comment