ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ରୁ୍ୟ ଉପରୁ ଏଯାଏ ହଟିିନି ପରଦା । ଆଦିତ୍ୟଙ୍କ ମୃତ୍ୟୁକୁ ୭ ମାସ ପୁରିବାକୁ ଯାଉଛି ହେଲେ ଏଯାଏ ହତ୍ୟାକାରୀକୁ ଗିରଫ କରାଯାଇନାହିଁ । ଆଦିତ୍ୟଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । କହିଛନ୍ତି ଯେ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ୟ୍ୟନ୍ତ ଲଢିବି । ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବି ବୋଲି ମାନବପ୍ରେମୀଙ୍କ ବାପା କହିଛନ୍ତି ।
ଆଦିତ୍ୟ ଦାସଙ୍କ ବାପା କହିଛନ୍ତି, ଜିଆରପି ପୁଲିସ ଓ କ୍ରାଇମବ୍ରାଞ୍ଚ ହତ୍ୟାକାରିକୁ ଜାଣିଛନ୍ତି କିନ୍ତୁ ବଡ଼ ବଡିଆଙ୍କ ଚାପରେ ହତ୍ୟା ମାମଲାକୁ ଚାପୁଛନ୍ତି ଓ ଆତ୍ମହତ୍ୟା ବୋଲି କହୁଛନ୍ତି। ମୋ ପୁଅକୁ ଯୋଜନା କରି ହତ୍ୟା କରାଯାଇଛି। ଆମେ ସିବିଆଇ ତଦନ୍ତ କରିବାକୁ ଦାବି କରିଛୁ। ମୋ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ୟ୍ୟନ୍ତ ଲଢିବି ବୋଲି ସେ କହିଛନ୍ତି ।
ଆଦିତ୍ୟ ଦାସଙ୍କର ମୃତ ଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା ପୁଲିସ । ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା ଜ୍ଝ ତେବେ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ୟ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଥିଲା ଜ୍ଝ