ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ

ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଆଜିଠୁ ହଟିଛି । କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ପରେ ୨୦୨୦ମସିହା ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଇଥିଲେ ।
କରୋନା ପଜିଟିଭ ମାମଲା କମିବା ପରେ ସରକାର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ତେବେ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ଡିଜିସିଏ । ନୂଆ ଗାଇଡଲାଇନ ଅନୁସାରେ ଅନ୍ତର୍ଜାତୀୟ କମର୍ସିଆଲ ବିମାନରେ ୩ଟି ସିଟ୍ ଖାଲି ରଖିବା କଟକଣା ହଟିବ । କରୋନା କମିଥିବାରୁ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ଏଣିକି ପିପିଇ କିଟ୍ ପିନ୍ଧିବାକୁ ପଡିବ ନାହିଁ । ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

Comments (0)
Add Comment