ରାତି ୮ଟାରୁ ଶ୍ରୀମନ୍ଦିର ମନା

ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି ଭିତରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ।ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରାଯାଇଛି ।

ପୁରୀ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରାଯାଇଛି । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ। ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ। ରାତି ୯ରୁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏନେଇ ସୁଚନା ଦେଇଛନ୍ତି।। ସେପଟେ ଆସନ୍ତା ସପ୍ତାହରୁ ଶ୍ରୀମନ୍ଦିରରେ ଶନିବାର ଓ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ବନ୍ଦ ଦିନ ପୁରା ମନ୍ଦିର ପରିସର ସାନିଟାଇଜ କରାଯିବ ।

ଅନ୍ୟପକ୍ଷେ ୧୦ ଜିଲ୍ଲାରେ ଆଜିଠାରୁ ସପ୍ତାହାନ୍ତ ସଟ୍‌ଡାଉନ ଆରମ୍ଭ ହୋଇଛି । ବିିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି । ଦୋକାନ ବଜାର ସବୁ ବନ୍ଦ ରହିଛି ।ରାସ୍ତାଘାଡ଼ ଶୂନଶାନ ହୋଇଯାଇଛି ।

Comments (0)
Add Comment