କରୋନା ସଂକ୍ରମଣ ମାମଲାକୁ ଦେଖି ଆସନ୍ତା ୨୫ ତାରିଖଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି ସାମୟିକ ସମୟ ପାଇଁ ବନ୍ଦ ରହିବ। କିଛି ମେଡିକାଲ କର୍ମଚାରୀ ଓ ରୋଗୀ ପଜିିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁମାନେ ୨୫ ତାରିଖ ପୂର୍ବରୁ ଅନଲାଇନରେ ରୋଗୀଙ୍କ ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ହସ୍ପିଟାଲ ଆସି ସେବା ପାଇପାରିବେ ।
ଆସନ୍ତା ୨୫ ତାରିଖରୁ ଏମ୍ସ ବର୍ହି ବିଭାଗ ସାମିୟକ ଭାବେ ବନ୍ଦ ରହିବ ।ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି ସେବା, ପଲମୋନାରୀ, ଆନେସ୍ଥେସିଓଲୋଜି ସେବା ଜାରି ରହିବ ।ତେବେ ଟେଲି ମେଡିସିନ୍ ଭଳି କିଛି ସେବା ପୂର୍ବ ଭଳି ଚାଲୁ ରହିବ ବୋଲି ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଲୋକମାନେ ମୋବାଇଲ୍ ଆପ୍ ଜରିଆରେ ସେବା ପାଇପାରିବେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ଓ ଶୁକ୍ରବାର ବୟସ୍କଙ୍କୁ ଟିକାକରଣ ଏବଂ ଗୁରୁବାର ୟେଲୋ ଫିଭର (ପୀତ ଜ୍ୱର) କ୍ଲିନିକ୍ ଖୋଲା ରହିବ । ବର୍ହି ବିଭାଗ ବନ୍ଦର ପରେ ଟେଲି ମେଡିସିନ୍ ସେବା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏ ସୋମବାରରୁ ଶୁକ୍ରବାର ଏବଂ ଶନିବାର ଦିନ ସକାଳ ୯ରୁ ଦିନ ଗୋଟାଏ ଯାଏ ମିଳିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ ।