ଲକ୍ଷ୍ମୀପୁର ଖିରିରେ ଇଣ୍ଟରନେଟ୍ ବନ୍ଦ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ଗତକାଲି ହୋଇଥିବା ହିସାଂରେ ଏପର୍ୟ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ୟୁପି ସହ ସାରା ଦେଶରେ ରାଜନୀତି ଜୋର ଧରିଛି । ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ହରଭଙ୍ଗା ସୀମାରେ ପୋଲିସ ନିଜ ହେପାଜତକୁ ନେଇଛି । ପ୍ରିୟଙ୍କାଙ୍କ ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ପୁଳିସ ହେପାଜତକୁ ନେଇଛି । କଂଗ୍ରେସ ଅଭିଯୋଗ କରିଛି ଯେ ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ଠେଲାପେଲା କରିଛି । ପ୍ରିୟଙ୍କା ଗାନ୍ଧୀଙ୍କ ସହ ପୋଲିସ ଏଭଳି କରିବା ବେଳେ ପ୍ରିୟଙ୍କା ପୋଲିସକୁ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି । ଏନେଇ ପ୍ରିୟଙ୍କା କହିଛନ୍ତି କି ୟୁପିରେ ଏବେ ୟୁପିରେ ଆଇନ କାନୁନ କିଛି ନାହିଁ, ହେଲେ ଦେଶର ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଲକ୍ଷ୍ମୀପୁର ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିବା ସହ ସେଠାରେ ୧୪୪ ଧାରା ଲାଗୁ କରିଛନ୍ତି । ଏହସହ ଗାଜିଆବାଦ ପୋଲିସ ଜାତୀୟ ରାଜପଥ-୨୪ ଓ ୯ କୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।
ଲକ୍ଷ୍ମୀପୁର-ଖିରିର ତିକୋନିଆ-ବନବୀରପୁର ରାସ୍ତାରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟଙ୍କ ଗସ୍ତ ବିରୋଧରେ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଦୁଇଟି ଏସୟୁଭି କୃଷକଙ୍କ ଉପରେ ଚଢି ଯାଇଥିଲା। ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି।

Comments (0)
Add Comment