୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ସହିତ ହଷ୍ଟେଲ ଗୁଡ଼ିକ ମଧ୍ୟ ୧୦ ତାରିଖରୁ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି ବି ଅନ୍‌ଲାଇନ୍ କ୍ଲାସ୍ ଜାରି ରହିବ। ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ। ଅର୍ଥାତ୍ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। କଲେଜ ଓ ବିଶ୍ୱବିଦ୍ୟାଳୟ ଅନ୍‌ଲାଇନ୍‌ ବା ଭର୍ଚୁଆଲ୍ କ୍ଲାସ୍ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ।
ସବୁ କଲେଜ ଓ ୟୁନଭର୍ସିଟି ବନ୍ଦ ରହିଥିବାବେଳେ ଅନଲାଇନରେ କିନ୍ତୁ ଜାରି ରହିବ ପାଠପଢ଼ା । ତେବେ ବର୍ତ୍ତମାନ ଜାରି ରହିଥିବା ଅଫଲାଇନ ପରୀକ୍ଷା ଜାରି ରହିବ ବୋଲି ଏହି ଗାଇଡଲାଇନରେ ଉଲ୍ଲେଖ ରହିଛି ।

Comments (0)
Add Comment