ବୁଧବାର ବିଧାୟକଙ୍କ କୋଭିଡ ଟେଷ୍ଟ

ସନ୍ତା ୧୨ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ । ଆସନ୍ତାକାଲିଠୁ ସବୁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଅଧିବେଶନ ପୂର୍ବରୁ କେତେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି, ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ କେବଳ ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।
ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କୋଭିଡ ଟେଷ୍ଟ ହେବ। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରି ଦୁଇ ଘଣ୍ଟା ଭିତରେ ଦିଆଯିବ ରିପୋର୍ଟ । ଯାହାର ନେଗେଟିଭ ରିପୋର୍ଟ ଆସିବ, କେବଳ ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ଦିଆଯିବ। କେବଳ ସେମାନେ ହିଁ ଗୃହ କାର୍ୟ୍ୟରେ ଭାଗ ନେଇପାରିବେ।
ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମତାରୀଙ୍କ ମଧ୍ୟ ହେବ ଟେଷ୍ଟ ।ଆଣ୍ଟିଜେନ୍ ଟେଷ୍ଟ କରାଯିବ । ପୂର୍ବ କାର୍ୟ୍ୟସୂଚୀ ଅନୁସାରେ ବିଧାନସଭା ଚାଲିବ । କରୋନା କଟକଣା ପାଇଁ ବିଧାନସଭା ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।ବିଭିନ୍ନ ରାଜ୍ୟରେ କରୋନ କୋପ ପୁଣି ଥରେ ଲେଉଟିଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ସତର୍କତାମୂଳକ ଗାଇଡଲାନ୍‌ ଜାରି କରି ସାରିଲେଣି। ପୁଣି ଥରେ ଯେପରି କରୋନା ଗ୍ରାଫ ଉପରମୁହାଁ ନ ହୁଏ ସେଥିନିମନ୍ତେ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଉଛି।

Comments (0)
Add Comment