ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ

ପଞ୍ଚାୟତ ଭୋଟ୍ ପାଇଁ ସରିଲା ସର୍ବଦଳୀୟ ବୈଠକ । ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି । ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ତା ସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ପର୍ୟ୍ୟନ୍ତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି । ଏହା ପୂର୍ବରୁ ୮୦ହଜାର ଟଙ୍କା ଥିଲା ଖର୍ଚ୍ଚ ସୀମା । ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ଲକ୍ଷରୁ ୫ଲକ୍ଷ କରିବାକୁ ଦାବି ହୋଇଛି ।
ରାଜ୍ୟ ନିର୍ବାାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଥିଲା ଏହି ସର୍ବଦଳୀୟ ବୈଠକ । ବର୍ତ୍ତମାନ ଜିଲ୍ଲା ପରିଷଦ ଗୁଡିକର କାର୍ୟ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ୟ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ ।

Comments (0)
Add Comment