ଭୁବନେଶ୍ୱରରେ ୩ ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱରରେ ଆଗାମୀ ୩ ଦିନ ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ତେବେ ନୂଆବର୍ଷ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି ।
ଓମିକ୍ରନକୁ ଦୃଷ୍ଟିରେ ରଖି ବିଏମସି ୩୧ ଡିସେମ୍ବରରୁ ୨ ଜାନୁଆରୀ ପର୍ୟ୍ୟନ୍ତ କଟକଣା ଜାରି କରିଛି । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ଆଶଙ୍କାକୁ ଏଡାଇବାକୁ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।
ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ପରିଲିକ୍ଷିତ ହୋଇଥାଏ । ତେଣୁ ଅଯଥା ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ବୋଲି ବିଏମସିର ଗାଇଡଲାଇନରେ ଦର୍ଶାଯାଇଛି ।

Comments (0)
Add Comment