ଧୀରେ ଧୀରେ ବନ୍ଦ ହେଉଛି ସମସ୍ତ ଧର୍ମାନୁଷ୍ଠାନ । ଭୁବନେଶ୍ୱର ପରେ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରହିବ । କେବେଳ ଅଳ୍ପ କିଛି ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ।
ପ୍ରଥମ ପର୍ଯ୍ୟାୟକୁ ଦ୍ୱିତୀୟ ପର୍ଯ୍ୟାୟ ଟପି ଯାଇଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ସମସ୍ତ କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ କଟକଣା ଜାରି କରାଯାଉଛି । ଭୁବନେଶ୍ୱର ଧର୍ମାନୁ୍ଷ୍ଠାନ ବନ୍ଦ ନେଇ ବିଏମସିର ନିଷ୍ପତିରେ କଟକରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବା ନେଇ ନିଷ୍ପତି ନେଇଛି କଟକ ମହାନଗର ନିଗମ । ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେବଳ ସେବାୟତମାନେ ଠାକୁରଙ୍କ ନୀତିକାନ୍ତି କରିବେ ।
ଏହା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ସେବାୟତ ପଜିଟିଭ ଆସିବା ପରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ପୁରୀ ଶ୍ରୀମନ୍ଦିର ମଧ୍ୟ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଭକ୍ତଙ୍କ ନିମନ୍ତେ ବନ୍ଦ କରାଯାଉଛି । କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଧୀରେ ଧୀରେ ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଉଛି ।