୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଆସନ୍ତା ୧୬ରୁ ଖୋଲିବ ଓଡିଶା ସମେତ ଦେଶର ବିଭିନ୍ନ ଐତିହ୍ୟ କେନ୍ଦ୍ରସ୍ଥଳୀ । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ଇଝଓ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏହା ଖୋଲାଯିବ ।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଥିଲା । ଦେଶର ସମସ୍ତ ଐତହ୍ୟ କେନ୍ଦ୍ର ସ୍ଥଳୀ ଗୁଡିକୁ ବନ୍ଦ କରିଦିଆଯାଇଥିଲା । ଏବେ ସ୍ଥିିତିରେ ସାମାନ୍ୟ ସୁଧାର ଦେଖି ଐତିହ୍ୟ ସ୍ଥଳ ଗୁଡିକୁ ଖୋଲିବାକୁ ନିଷ୍ପତି ନିଆଯାଇଛି । ଓଡ଼ିଶାରେ ଏସଆଇ ଦ୍ବାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ୟ୍ୟ ମନ୍ଦିର ଓ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର । ଏହା ସହିତ ୩ଟି ମ୍ୟୁଜିୟମ ଲଳିତଗିରି, ରତ୍ନଗିରି ଓ କୋଣାର୍କରେ ରହିଛି । ଏସବୁ ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମ ଏଏସଆଇ ଭୁବନେଶ୍ବର ସର୍କଲ ଅଧିନରେ ଆସୁଛି ।ରାଜ୍ୟରେ ୧୭ତାରିଖ ସକାଳ ପର୍ୟ୍ୟନ୍ତ ଲକ୍ଡାଉନ୍ ଜାରି ରହିଛି ।

Comments (0)
Add Comment