ଏମିତି ବି ଆସେ ମୃତ୍ୟୁ

ରାୟଗଡା: ଏମିତି ବି ଆସେ ମୃତ୍ୟୁ । ହସ୍ପିଟାଲରୁ ଫେରୁଥିଲେ ହେଲେ ଅଧାବାଟରେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେଲର। ଚାଲିଗଲା ୪ ଜଣଙ୍କ ଜୀବନ।
ଆମ୍ବୁଲାନ୍ସରେ ଥିବା ୬ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁନିଗୁଡା ହସ୍ପିଟାଲରେ ଆଉ ଜଣକ ମୃତ୍ୟୁ ହୋଇଛି । ୨ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ବିଷମକଟକରୁ ଚିକତ୍ସା ସାରି ବଙ୍ଗମୁଣ୍ଡା ଫେରୁଥିଲେ ଅଧାବାଟରେ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ ।

Comments (0)
Add Comment